ଓଡ଼ିଆ ନ୍ୟୁଜ୍: ଚଳିତ ସେପ୍ଟେମ୍ବରରେ ଓଡ଼ିଶାରେ ସାଧାରଣ ବର୍ଷା ନେଇ ପୂର୍ବାନୁମାନ।ଏନେଇ ଓଟିଭିକୁ ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।‘ମାତ୍ର ଚଳିତ ସେପ୍ଟେମ୍ବରରେ ଭାରତରେ ସାଧାରଣରୁ ଅଧିକ ବର୍ଷା ହେବ’।‘ସେପ୍ଟେମ୍ବର ଆରମ୍ଭ ସୁଦ୍ଧା ୧୦୭% ବର୍ଷା ହୋଇଛି, ସାଧାରଣଠୁ ୭% ଅଧିକ’।
ସାଧାରଣତଃ ୧୩ରୁ ୧୪ଟି ଲଘୁଚାପ ଓ ଅବପାତ ସୃଷ୍ଟି ହୋଇଥାଏ’।‘ଏଥର ୧୬ଟି ଲଘୁଚାପ ଓ ଅବପାତ ହେବା ନେଇ ଆକଳନ ରହିଛି’।‘ଲଘୁଚାପ ହେଲେ ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ ଅଧିକ ବର୍ଷା ହୋଇଥାଏ’।‘ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ କାଲି ସୁଦ୍ଧା ଉପକୂଳ ଅତିକ୍ରମ କରିବ’।‘କିଛି ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି’।