ଦେଶର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ବିକ୍ରମ ପ୍ରସ୍ତୁତ

0

ଓଡ଼ିଆ ନ୍ୟୁଜ୍: semiconindia 2025ରେ ମେକ୍‌ ଇନ୍‌ ଇଣ୍ଡିଆ ଚିପ୍ସ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟ୍ବିଟ୍‌।ମେକ୍‌ ଇନ୍‌ ଇଣ୍ଡିଆ ଚିପ୍ସ ଅର୍ଥନୈତିକ ସ୍ୱାବଲମ୍ବନ ଦିଗରେ ବିରାଟ ସଫଳତା। ଦେଶର ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଚିପ୍ ଭାରତ ସେମିକନ୍ ଇଣ୍ଡିଆ ୨୦୨୫ରେ ୩୨-ବିଟ୍ ମାଇକ୍ରୋପ୍ରୋସେସର ଲଞ୍ଚ କରାଯାଇଛି। ଏହା ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ଚିପ୍। ଏହି ଚିପ୍‌ର ନାମ ବିକ୍ରମ। ଏହି ଚିପ୍ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲଞ୍ଚ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ।

ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ କହିଥିଲେ ଯେ, ଏହା ଯେକୌଣସି ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆଜି ଭାରତ ଏହି ସଫଳତା ହାସଲ କରିଛି। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା, ଦୃଢ଼ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ କାର୍ଯ୍ୟ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ସମ୍ଭବ ହୋଇପାରିଛି।

Leave A Reply

Your email address will not be published.