ଓଡ଼ିଆ ନ୍ୟୁଜ୍: ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଅନୁମୋଦନ, ID କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ବସ୍ରେ ମାଗଣା ଯାଇପାରିବେ।ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଗଣ ଶିକ୍ଷା ସଚିବଙ୍କ ଚିଠି।ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାଗଣା ବସ୍ ଯାତ୍ରା ପାଇଁ ଯୋଗ୍ୟ।ID କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ବସ୍ରେ ମାଗଣା ଯାଇପାରିବେ।ଛାତ୍ରଛାତ୍ରୀ ଯାଉଥିବା ରୁଟ୍ ଓ ଟାଇମିଂକୁ ଦେଖିବାକୁ OSRTCକୁ ଅନୁରୋଧ।ଯେପରି ଅଧିକରୁ ଅଧିକ ପିଲା ବସ୍ ସେବା ପାଇପାରିବେ ତାହାକୁ ଗୁରୁତ୍ବ।ଏନେଇ ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ।
ସରକାରୀ ସୂତ୍ର ଅନୁଯାୟୀ, ଓଡ଼ିଶା ରାଜ୍ୟ ପଥ ପରିବହନ ନିଗମ (ଓଏସଆରଟିସି) ଅଧିକରୁ ଅଧିକ ସ୍କୂଲକୁ ସାମିଲ କରିବା ପାଇଁ ବସ୍ ରୁଟ୍ ଓ ସମୟସାରଣୀ ପୁନର୍ବିନ୍ୟାସ କରିବ। ଜିଲା ଶିକ୍ଷା ଅଧିକାରୀମାନେ ଏହି ରୁଟ୍ ନିର୍ଣ୍ଣୟ ପାଇଁ ଆବଶ୍ୟକୀୟ ତଥ୍ୟ ଯୋଗାଇବେ। ବାଣିଜ୍ୟ ଓ ପରିବହନ ବିଭାଗ ଏହି ଉପକ୍ରମ ଯୋଗୁଁ ଓଏସଆରଟିସିର ରାଜସ୍ୱ ହାନି ପୂରଣ ପାଇଁ ଆର୍ଥିକ ବନ୍ଦୋବସ୍ତ କରିବ। ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ ଏହି ଯୋଜନାର ସୁଗମ ରୂପାୟନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।