ଓଡ଼ିଆ ନ୍ୟୁଜ୍: ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡ଼ିଯିବା ପରେ ASI ଟିମ୍ର ଯାଞ୍ଚ।ASI ଟିମ୍ର ଗୋଟିଏ ଟିମ୍ ପହଞ୍ଚି ମନ୍ଦିର ପରିସରରେ କଲା ଯାଞ୍ଚ। ପୋଡ଼ି ଯାଇଥିବା ପତାକାକୁ କାଢ଼ି ନୂଆ ପତାକା ଲଗାଗଲା।କାଲି ବଜ୍ରପାତରେ ମନ୍ଦିର ପତାକା ସହ ସିସିଟିଭି ଓ ବଲ୍ବ ପୋଡ଼ି ଯାଇଥିଲା।
ଗତକାଲି ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା । ଫଳରେ ଏହି ବଜ୍ରପାତ ଯୋଗୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରର ପତାକା ପୋଡିଯାଇଥିଲା। ସେହିପରି ମନ୍ଦିରରେ ଲାଗିଥିବା କିଛି ସିସିଟିଭି କ୍ଷତିଗ୍ରସ୍ତ ହୋଇଛି । ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ଏହି ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି । ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।