ଓଡ଼ିଆ ନ୍ୟୁଜ୍: ଇଣ୍ଡିଆନ ରୋଡ୍ କଂଗ୍ରେସ ଅଧିବେଶନରେ ଯୋଗ ଦେବେ।ନଭେମ୍ବର ୭-୧୦ ତାରିଖ ଯାଏ ଓଡ଼ିଶାରେ ହେବ ଅଧିବେଶନ।ସାରା ଦେଶରୁ ୨ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେବେ।ଷଷ୍ଠ ଥର ପାଇଁ IRC ଅଧିବେଶନ ଆୟୋଜନ କରିବ ଓଡ଼ିଶା।ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସୂଚନା।
ଭୁବନେଶ୍ୱରରେ ଜନତା ମୈଦାନରେ ହେବ ଇଣ୍ଡିଆନ ରୋଡ୍ କଂଗ୍ରେସ ୨୦୨୫ର ୮୪ତମ ବାର୍ଷିକ ଅଧିବେଶନ । ଏ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ନଭେମ୍ବର ୭ରୁ ୧୦ତାରିଖ ପର୍ଯ୍ୟନ୍ତ ହେବ ଏହି ଅଧିବେଶନ । ଓଡ଼ିଶା ଗସ୍ତରେ ଆସି ଏହି ଅଧିବେଶନରେ ଯୋଗ ଦେବେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।
ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ପ୍ରାୟ ଦୁଇ ହଜାର IRC ପ୍ରତିନିଧିଙ୍କ ଯୋଗଦାନ ସହିତ ଅନେକ VVIP ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଓଡ଼ିଶା ୧୯୫୪, ୧୯୮୨, ୧୯୯୪, ୨୦୦୫ ଏବଂ ୨୦୧୫ରେ ସଫଳତାର ସହିତ ୫ଟି IRC ଅଧିବେଶନ ଆୟୋଜନ କରି ଷଷ୍ଠ ଥର ପାଇଁ IRCର ବାର୍ଷିକ ଅଧିବେଶନ ଆୟୋଜନ କରିବ ।