ଡିସେମ୍ବର ୧ରୁ ଖୋଲିବ ଗୁଣ୍ଡିଚା ମନ୍ଦିର

0

ଓଡ଼ିଆ ନ୍ୟୁଜ୍: ଡିସେମ୍ବର ୧ରୁ ଖୋଲିବ ଗୁଣ୍ଡିଚା ମନ୍ଦିର।ଡିସେମ୍ବର ୧ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ପରୀକ୍ଷାମୂଳକ ଭାବେ ଟିକେଟ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଭକ୍ତଙ୍କ ପିଛା ଟିକେଟ୍‌ର ମୂଲ୍ୟ ୧୦ ଟଙ୍କା ରହିବ। ୫ ବର୍ଷରୁ କମ୍‌, ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଦେୟମୁକ୍ତ ଦର୍ଶନ ବ୍ୟବସ୍ଥା ରହିଛି।

ପ୍ରତିଦିନ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମନ୍ଦିର ଖୋଲିବ।ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସିଂହଦ୍ବାର ଦେଇ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ପ୍ରବେଶ ଓ ପ୍ରସ୍ଥାନ ରହିଥିବାବେଳେ ମାଗଣା ଚପଲ, ମୋବାଇଲ ଷ୍ଟାଣ୍ଡ ଓ ପାନୀୟ ଜଳର ବ୍ୟବସ୍ଥା ରହିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

 

Leave A Reply

Your email address will not be published.