ଓଡ଼ିଆ ନ୍ୟୁଜ୍: ଅବିଭାଷଣରେ ଲୋକ ପ୍ରତିନିଧିଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ।ଜନଗଣ ଭାଗ୍ୟବିଧାତା, ସେମାନଙ୍କ ହାତରେ ଅସୀମ କ୍ଷମତା।ଶାସନ ଜନଗଣଙ୍କ ହାତରେ, ଆପଣ ସେମାନଙ୍କ ପ୍ରତିନିଧି।କେତେ ଆଶା ବିଶ୍ବାସ ନେଇ ସେମାନେ ଆପଣଙ୍କୁ ପଠାଇଛନ୍ତି। ସେମାନଙ୍କର ଆଶା, ସ୍ବପ୍ନ ପୂରଣ କରିବା ଆପଣଙ୍କ କର୍ତ୍ତବ୍ୟ। ଆପଣ ଏପରି କାର୍ଯ୍ୟ କରିବେ ଯାହା ଲୋକଙ୍କ ହିତ ପାଇଁ ଆସିବ।
ଜନ ପ୍ରତିନିଧି ଭାବେ ଆପଣ ସମାଜରେ ଚିହ୍ନା ମୁହଁ।ଆପଣ କଣ କରୁଛନ୍ତି, କହୁଛନ୍ତି ଜାଣିବାକୁ ଉତ୍ସୁକତା ଥାଏ।ତେଣୁ ଆପଣଙ୍କ ଆଚରଣ ଓ ଉଚ୍ଚାରଣ ବହୁତ ମୂଲ୍ୟବାନ।ଆପଣ ଯାହା କରିବେ, ଜନତା ତାହାକୁ ଫଲୋ କରିବେ। ଗୃହରେ ଆପଣ କଣ କରୁଛନ୍ତି, ତାହା ସମସ୍ତେ ଜାଣି ପାରୁଛନ୍ତି।ଗୃହରେ ଓ ଗୃହ ବାହାରେ ଆପଣଙ୍କ ଆଚରଣ ଠିକ୍ ରହିବା ଦରକାର।