ଓଡ଼ିଆ ନ୍ୟୁଜ୍: ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ । ପାନ ୪୦, ପାନଟପ, ଟେଲମା, ପାରାସିଟାମଲ ପରି ନକଲି ଔଷଧ ବଜାରରେ ବୁଲୁଛି । ଗତ ୪ ବର୍ଷରେ ୧୬୮ ନକଲି ମେଡ଼ିସିନ ସହ ୩୮୮ ନିମ୍ନ ମାନର ମେଡ଼ିସିନ ଚିହ୍ନଟ ହୋଇଛି । ଗତ ୪ ବର୍ଷରେ ଅଢେଇ କୋଟିର ଅଧିକ ଟଙ୍କାର ନକଲି ମେଡ଼ିସିନ ଜବତ କଲେଣି ସରକାର । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ନେଇ ଲିଖିତ ଉତ୍ତର ଦେଇଛନ୍ତି ।
୨୦୨୧ ମସିହାରେ ୭୯ଟି, ୨୦୨୨ ରେ ୬୪ ଟି, ୨୦୨୩ ରେ ୧୪ ଓ ୨୦୨୪ରେ ୧୧ ନକଲି ମେଡ଼ିସିନ ଚିହ୍ନଟ ହୋଇଛି । Telma 40, pan 40, O2, zerodal sp, Ranitil, Paracetamol syrup, paracetamol tablet । livocetizine, clavam 625 ଓ rabeprazole ଭଳି ଦୈନନ୍ଦିନ ବ୍ୟବହୃତ ମେଡ଼ିସିନର ନକଲି ମେଡ଼ିସିନ ବି ବଜାରରେ ବୁଲୁଛି ।