ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର

0

ଓଡ଼ିଆ ନ୍ୟୁଜ୍: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଫରେଷ୍ଟର। ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନ ଫରେଷ୍ଟର ଗୌରାଙ୍ଗ ସାହୁ।ୟୁକାଲିପଟାସ ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ନେଉଥିଲେ।ଘଟଣା ଅନୁଯାୟୀ, ବାନ୍ଧାହାଲ ସେକ୍ସନର ଫରେଷ୍ଟର ଜଣେ ବ୍ୟକ୍ତିଙ୍କଠାରୁ ଶୁଖିଲା ଇଉକାଲ୍‌ ପଟାସ ଗଛ କାଟିବା ଓ ପରିବହନ ପାଇଁ ଲାଞ୍ଚ ମାଗିଥିଲେ।

ଉକ୍ତ ବ୍ୟକ୍ତି ଆଗରୁ ଭିଜିଲାନ୍ସକୁ ସୂଚନା ଦେଇ ସାରି ଶୁକ୍ରବାର ଫରେଷ୍ଟର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା। ଫଳରେ ସାହୁ ଫେରାର ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଭିଜିଲାନ୍ସ ସାହୁଙ୍କୁ କାବୁ କରି ନେଇଥିଲେ। ଏହା ସହିତ ରାଉରକେଲାଠାରୁ ଆସିଥିବା ଭିଜିଲାନ୍ସ ଟିମ୍‌ କେସ୍‌ ନମ୍ବର ୧୩/୨୫ ରେ ଏକ ମାମଲା ରୁଜୁ କରି ଫରେଷ୍ଟର ଗୌରାଙ୍ଗ ସାହୁଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛନ୍ତି।

Leave A Reply

Your email address will not be published.