୩୪ ମାଓବାଦୀଙ୍କ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୩୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହିଂସା ଓ ଜଂଗଲ ଛାଡି ମୁଖ୍ୟ ଧାରାରେ ଯୋଡି ହୋଇଛନ୍ତି। ସରକାର ଏମାନଙ୍କ ମୁଣ୍ଡରେ ୮୪ ଲକ୍ଷ ଟଂକାର ପୁରସ୍କାର ରଖିଥିଲେ। ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ନକ୍ସଲ ରହିଥିବା ବେଳେ ୨୭ ଜଣ ପୁରୁଷ ନକ୍ସଲ ରହିଛନ୍ତି।

ଏହି ନକ୍ସଲମାନେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନଲ କମିଟି, ତେଲେଙ୍ଗାନା ଏରିଆ କମିଟି ଏବଂ ଆନ୍ଧ୍ର ଓ ଓଡ଼ିଶା ସୀମା ଡିଭିଜନର ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ ଡିଭିସିଏମ, ଏସିଏମ, ସିଏନଏମ ଭଳି ସଦସ୍ୟ ରହିଛନ୍ତି। ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ଏସପି ଯିତେନ୍ଦ୍ର ଯାଦବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Leave A Reply

Your email address will not be published.