୪୧ ମାଓବାଦୀଙ୍କ ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ହାଇଦ୍ରାବାଦରେ ଆତ୍ମସମର୍ପଣ କଲେ ୪୧ ମାଓବାଦୀ।୨୪ ହାର୍ଡକୋର୍‌ ମାଓବାଦୀଙ୍କ ନାଁରେ ୧ କୋଟି ୪୬ ଲକ୍ଷ ପୁରସ୍କାର ଥିଲା। ଆତ୍ମସମର୍ପଣ ପରେ ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଚେକ୍‌ ପ୍ରଦାନ। ସେମାନଙ୍କ ମଧ୍ୟରୁ ୨୪ ଜଣ ହାର୍ଡକୋର ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ୧ କୋଟି ୪୬ ଲକ୍ଷ ୩୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।

ଖବର ଅନୁଯାୟୀ, ଦିନକୁ ଦିନ ମାଓ ସଙ୍ଗଠନ ଭାଙ୍ଗିବାରେ ଲାଗିଥିବା ବେଳେ ଏହାରି ମଧ୍ୟରେ ଅନେକ ବଡ ବଡ ମାଓ ନେତା ଜୀବନ ବଞ୍ଚାଇବା ଲାଗି ସଙ୍ଗଠନ ଛାଡିବାରେ ଲାଗିଛନ୍ତି। ଟପ ମାଓନେତାଙ୍କ ମୃତ୍ୟୁ ପରେ ଲାଲ୍ ସଙ୍ଗଠନ ନେତୃତ୍ଵ ହୀନ ହୋଇ ପଡିଥିବାରୁ ଅନ୍ୟ ମାଓବାଦୀ ମାନେ ସଙ୍ଗଠନ ଉପରୁ ଆସ୍ଥା ହରାଇ ଆତ୍ମସମର୍ପଣ କରୁଛନ୍ତି । ଏହାରି ମଧ୍ୟରେ ଆଜି ତେଲେଙ୍ଗନାର ହାଇଦ୍ରାବାଦରେ ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀ ମାନେ ୨୪ ଟି ଅସ୍ତ୍ରଶସ୍ତ୍ର, ବନ୍ଧୁକ, ବିଜିଏଲ ଲଞ୍ଚର ଓ ବିସ୍ଫୋରକ ପୋଲିସ ନିକଟରେ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.