ଓଡ଼ିଆ ନ୍ୟୁଜ୍: ବର୍ଷର ଶେଷ ସାତ ଦିନରେ ରାଜଧାନୀବାସୀ ପିଇଲେ ୩୨ କୋଟିର ମଦ।ଅଢେଇ ଲକ୍ଷ ଲିଟର ବିଦେଶୀ ମଦ ସାଙ୍ଗକୁ ଦେଢ ଲକ୍ଷ ଲିଟର ଦେଶୀ ମଦ।୧ ଲକ୍ଷ ୭୮ ହଜାର ଲିଟର ବିୟର୍ ପିଇଥିବା ନେଇ ଅବକାରୀ ବିଭାଗର ସୂଚନା। ବଡ ଦିନଠାରୁ ଜିରୋ ନାଇଟ୍ ମଧ୍ୟରେ କ୍ଲବ, ପବ୍, ଅଫ ସପ୍ରେ ପିଇଲେ।
୨୦୨୫ ମସିହା ଶେଷ ସପ୍ତାହରେ ଭୁବନେଶ୍ବରରେ ବିକ୍ରି ହୋଇଛି ଅଢେଇ ଲକ୍ଷ ଲିଟର ବିଦେଶୀ ଓ ଦେଢ ଲକ୍ଷ ଲିଟର ଦେଶୀ ମଦ । ୧ ଲକ୍ଷ ୭୮ ହାଜର ଲିଟର ବିୟର୍ ବିକ୍ରି ହୋଇଛି। ବଡ ଦିନଠାରୁ ଜିରୋ ନାଇଟ୍ ମଧ୍ୟରେ ବିଭିନ୍ନ କ୍ଲବ, ପବ, ଅଫ ସପରେ ବିକ୍ରି ହୋଇଛି ୩୨ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା। ୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ଓ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିୟର୍ କିଣିଛନ୍ତି ଲୋକେ। ସେହିଭଳି ୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ବିକ୍ରି ହୋଇଛି।