ଓଡ଼ିଆ ନ୍ୟୁଜ୍: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା।ଏକ୍ସ’ରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଦେବ ଏକ ନୂଆ ପରିଚୟ। ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶା ଖାଦ୍ୟର ଚାହିଦା ବଢ଼ିବ।ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ।ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବ। ଓଡ଼ିଶା ‘ବ୍ଲୁ-ଇକୋନୋମି’ର ଏକ ପ୍ରମୁଖ କେନ୍ଦ୍ର ପାଲଟିବ- ମୁଖ୍ୟମନ୍ତ୍ରୀ। ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ୍ ପୋଷାକ ସବୁଠି ପହଞ୍ଚିବ।ଶୁଳ୍କ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ। ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ।

ବିଶ୍ୱ ଦରବାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ।ସମ୍ବଲପୁରୀ ଓ ଅନ୍ୟାନ୍ୟ ହସ୍ତତନ୍ତ ଆମେରିକା ବଜାରରେ ପ୍ରବେଶ ସହଜ ହେବ। ସେହିପରି ଭାରତ ଓ ଆମେରିକା ମଧ୍ୟରେ ବୈଷୟିକ ଭାଗିଦାରୀ ଓଡ଼ିଶାକୁ ବିଶ୍ୱ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବାକୁ ଯାଉଛି। ଓଡ଼ିଶାରେ ଥିବା Rare-Earth Mineralsର ବୈଶ୍ଵିକ ଚାହିଦା ବୃଦ୍ଧି ପାଇଲେ, ଆମ ରାଜ୍ୟ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପେଣ୍ଠସ୍ଥଳୀ ହେବ। ଏହି ଚୁକ୍ତି ଓଡ଼ିଶାର ଖଣିଜ ସମ୍ପଦକୁ ‘ଗ୍ଲୋବାଲ୍ ଟେକ୍’ ସହ ଯୋଡ଼ିବ।