ଓଡ଼ିଆ ନ୍ୟୁଜ୍: ଜଙ୍ଗଲରୁ ୧୨୫୦ କେଜି ଗଞ୍ଜେଇ ଜବତ।ଭେଜାଙ୍ଗିୱାଡ଼ା ଜଙ୍ଗଲରୁ ଜବତ କଲା କାଳିମେଳା ପୋଲିସ।ମାଫିଆମାନେ ଅନ୍ୟ ରାଜ୍ୟକୁ ନେବା ପାଇଁ ଲୁଚାଇ ରଖିଥିଲେ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ ସୂଚନା।
ସୂଚନା ଅନୁଯାୟୀ କାଲିମେଳା ବ୍ଲକ୍ ଅନ୍ତର୍ଗତ ବେଜାଙ୍ଗିୱାଡା ଅଞ୍ଚଳରୁ ଜଙ୍ଗଲ ଭିତରୁ ଗଞ୍ଜେଇ ଜବତ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ପୋଲିସ କାଲିମେଳା ବ୍ଲକ ଅଧୀନ ଭେଜାଙ୍ଗିୱାଡା ଅଞ୍ଚଳ ଜଙ୍ଗଲ ଭିତରେ ଗଛିତ ଗଞ୍ଜେଇକୁ ଜବତ କରିଛି। ତେବେ ଉକ୍ତ ଜବତ ଗଞ୍ଜେଇ ୫୪ ଟି ପ୍ଲାଷ୍ଟିକ ବ୍ୟାଗରେ ଗଛିତ ହୋଇଥିଲା ।
ତାର ଓଜନ ୧,୨୫୦ କିଲୋଗ୍ରାମ ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହି ଗଞ୍ଜେଇ କାରବାର କାହାକୁ ଧରିବାରେ ସକ୍ଷମ ହୋଇ ନଥିବା ବେଳେ କାଲିମେଳା ପୋଲିସ ଥାନାରେ ଏ ନେଇ ଏକ ଏନଡ଼ିପିଏସ୍ ମାମଲା ରୁଜୁ କରାଯାଇଛି । ଏହି ଗଞ୍ଜେଇ କାହାର ଓ କିଏ ଏହି ଗଞ୍ଜେଇ ରଖିଥିଲା । କାହାର ସମ୍ପୃକ୍ତ ରହିଛି ସେ ନେଇ ତଦନ୍ତ କରୁଛି କାଲିମେଳା ପୋଲିସ ।