ଓଡ଼ିଆ ନ୍ୟୁଜ୍: କନଷ୍ଟେବଲ ନିଯୁକ୍ତି ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟଣା। ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ OHRCଙ୍କ ନିର୍ଦ୍ଦେଶ।୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ।୨୦୧୭ରେ ୯ମ ବାଟାଲିଅନରେ ନିଯୁକ୍ତି ପରୀକ୍ଷା ବେଳେ ମୃତ୍ୟୁ ହୋଇଥିଲା।
ଏହି ଆଦେଶ ଚଳିତ ବର୍ଷ ଜାନୁଆରୀ ୨୭ ତାରିଖରେ OHRCର ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାଶଙ୍କ ଏକକ ବେଞ୍ଚ ଦ୍ୱାରା ଜାରି ହୋଇଛି। ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡାଳୀର ମୁରଳୀଧର ସାହୁଙ୍କ ଅଭିଯୋଗ ଆଧାରରେ ମାମଲାଟିର ଶୁଣାଣି ହୋଇଥିଲା। ଅଭିଯୋଗ ଅନୁଯାୟୀ, ମୁରଳୀଧର ସାହୁଙ୍କ ପୁଅ ହରେକୃଷ୍ଣ ସାହୁ ୨୨ ଜାନୁଆରୀ ୨୦୧୭ ରେ ପୁଲିସ ନିଯୁକ୍ତି ପରୀକ୍ଷାରେ ଯୋଗଦେଇଥିଲେ।
୧୬୦୦ ମିଟର ଦୌଡ଼ ପରୀକ୍ଷା ସମାପ୍ତ କରିବା ସମୟରେ ସେ ଅଚେତ ହୋଇ ପଡ଼ିଥିଲେ। ପ୍ରଥମେ ତାଙ୍କୁ ପୋଲିସ ଡିସପେନସାରୀକୁ ଓ ପରେ କଟକର ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ନେଇଯାଇଥିଲା। ସେଠାରେ ୨୩ ଜାନୁଆରୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆୟୋଗ ପକ୍ଷରୁ ଡିଜି ପୋଲିସ ସହ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରାଯାଇଥିଲା। ପୋଲିସ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ କୌଣସି ଅବହେଳା ନଥିବା ସହ ଏପରି ମୃତ୍ୟୁ ଘଟଣାରେ କ୍ଷତିପୂଣ ପାଇଁ କୌଣସି ବ୍ୟବସ୍ଥା ନଥିବା କୁହାଯାଇଥିଲା।