ଜାଣନ୍ତୁ କରୋନାକୁ ନେଇ କଣ ରହିଛି ଆହାର କେନ୍ଦ୍ରର ବ୍ୟବସ୍ଥା ?

0

୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):   କରୋନାକୁ ନେଇ ରାଜ୍ୟ ସରକାର ବିଭିନ୍ନ ନିର୍ଦେଶନାମା ଜାରି କରିଥିବାବେଳେ ତତ୍ପର ହୋଇଉଠିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ l ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆହାର କେନ୍ଦ୍ରଗୁଡ଼ିକ ସଂପର୍କରେ କେତେକ ନିର୍ଦେଶନାମା ଜାରି କରାଯାଇଛି।

ଲୋକେ ଆହାର କେନ୍ଦ୍ରଗୁଡ଼ିକରେ ପ୍ରବେଶ କରିବା ପୂର୍ବରୁ ହାତ ଧୋଇବା  ଲାଗି ସାବୁନ୍ ବା ହ୍ୟାଣ୍ଡ ୱାସର ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ଲୋକମାନେ ଧାଡ଼ିରେ ଯାଇ ଆହାର ଗ୍ରହଣ କରିବେ l ଧାଡିରେ ଅତିକମ୍ ରେ ଦେଢ଼ ମିଟରର ଦୂରତା ରହିବା ଆବଶ୍ୟକ I ଆହାର କେନ୍ଦ୍ରଗୁଡ଼ିକ ସକାଳ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ ଏବଂ ଏହିସବୁ ନିର୍ଦେଶନାମାକୁ ତଦାରଖ କରିବା ପାଇଁ ଏହାର କେନ୍ଦ୍ର ଗୁଡିକରେ ପୋଲିସ କର୍ମଚାରୀ କିମ୍ବା ହୋମଗାର୍ଡଙ୍କୁ ମୁତୟନ କରାଯିବ I

 

Leave A Reply

Your email address will not be published.