ଓଡ଼ିଆ ନ୍ୟୁଜ୍: ଜାମ୍ମୁକାଶ୍ମୀର ପୁଲୱାମା ହମଲାକୁ ପୂରିଲା ୭ ବର୍ଷ।ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ।ସେହି କଳାଦିନ କଥା ମନେ ପଡିଲେ ଆଜି ବି ଥରି ଉଠେ ଛାତି। ୨୦୧୯ ଫେବୃଆରୀ ୧୪ରେ ହୋଇଥିଲା ଆତ୍ମଘାତୀ ଆକ୍ରମଣ।ଆକ୍ରମଣରେ ୪୦ ଜଣ ଯବାନ ହୋଇଥିଲେ ସହିଦ।ଦେଶର ବିଭିନ୍ନ ସ୍ଥାନରେ ସହିଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି।
ଫେବୃଆରୀ ୧୪, ୨୦୧୯ ସମୟ ଅପରାହ୍ନ ୩ଟା ୩୦ ପାଖାପାଖି । ନିଜ କର୍ମକ୍ଷେତ୍ରକୁ ଯବାନଙ୍କ ଯାତ୍ରା ଆରମ୍ଭ ହୋଇଥିଲା । CRPF ୧୮୦ ବାଟାଲିୟନର ୮୦୦ ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନନ୍ତର ହେଉଥିଲେ । ଆଗ ପଛ ହୋଇ ଗଡୁଥିଲା ଯବାନଙ୍କ ବସ । ୧୧ ଘଣ୍ଟାର ଯାତ୍ରା ପରେ ଯବାନଙ୍କ ଗାଡି ଜମ୍ମୁ କାଶ୍ମୀର ଟ୍ରାନ୍ଜିଟ କ୍ୟାମ୍ପରେ ପହଞ୍ଚିଥିଲା । ପୁଲୱାମା ମାଇଲଷ୍ଟୋନ ୨୭୨ ଅଞ୍ଚଳରେ ହଠାତ ଶେଷ ବସ୍ରେ ଏକ ଗାଡି ଧକ୍କା ହୋଇଥିଲା ଆଉ ବିସ୍ଫୋରଣ ଘଟିଥିଲା ।
୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍ ଯୋଗେ ଏହି ବିସ୍ଫୋରଣ ଘଟାଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ରକ୍ତ ରଞ୍ଜିତ ହୋଇଥିଲା ରାଜରାସ୍ତା । ଏହି ଆତ୍ମଘାତୀ ବିସ୍ଫୋରଣରେ ଅଦିନରେ ୪୦ ବୀର ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ ।