ଓଡ଼ିଆ ନ୍ୟୁଜ୍: ଭଞ୍ଜନଗର ସାର୍ଦ୍ଦୁଳ ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା।ଚୋର ସନ୍ଦେହରେ ବାହର ଅଞ୍ଚଳର ଯୁବକଙ୍କୁ ପିଟିପିଟି ମାରିଦେଲେ।ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ।ମୃତକ କନ୍ଧମାଳ କୁରୁମୁଙ୍ଗିଆ ଗାଁର ସୂଚନା; ସାର୍ଦ୍ଦୁଳ ଗାଁରେ ପୋଲିସ ଛାଉଣୀ।
ଘଟଣାର ଅଧିକ ତଦନ୍ତ ଚଳାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ପ୍ରମୁଖ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କୁ ନେଇ ଗଠିତ ହୋଇଥିବା ଏକାଧିକ ଟିମ ଉକ୍ତ ଗ୍ରାମରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଉକ୍ତ ଗ୍ରାମକୁ ଚୋରି କରିବା ଉଦ୍ଦେଶ୍ୟରେ ଆସିଥିବା ଅଭିଯୋଗ ହୋଇଛି। ଏହି ସମୟରେ କିଛି ଲୋକ ରାତିରେ ଉଠିପଡ଼ି ଯୁବକ ମାନେ ଚୋରି କରିବାକୁ ଆସିଥିବା ସନ୍ଦେହ କରି ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ଏହାପରେ ଜଣଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି।