ଓଡ଼ିଆ ନ୍ୟୁଜ୍: ବାମରା ନିକଟରେ ଥିବା ଶୀତଳ ଭଣ୍ଡାରରେ ଅଗ୍ନିକାଣ୍ଡ।ନୁଁନୁନିଆମୁଣ୍ଡାସ୍ଥିତ ଶୀତଳ ଭଣ୍ଡାରରେ ନିଆଁ, କାରଣ ଅସ୍ପଷ୍ଟ। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି । ନିଆଁକୁ ଆୟତ ପାଇଁ ୬ ଘଣ୍ଟା ପରେ ଝାରସୁଗୁଡାରୁ ରୋବର୍ଟ ଆସି ନିଆଁ ଲିଭାଇବା ପାଇଁ ଚାଲିଛି ପ୍ରୟାସ । ଗୋବିନ୍ଦପୁର, ଲଇକେରା ଓ କିର୍ମିରାରୁ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରୁଛି । ହେଲେ ଦୀର୍ଘ ସାଢେ ୫/୬ ଘଣ୍ଟା ହେଲାଣି ନିଆଁ ଆୟତ ହେଉନି ହୁତୁ ହୁତୁ ହୋଇ ଜଳୁଛି । ପ୍ରାୟ ୬୦ ପ୍ରତିଶତ ଆୟତ ହୋଇଥିବା ବେଳେ ନିଆଁଲିଭା ଜାରି ରହିଛି ।
ବାମରା ଗଡପୋଷ ରାସ୍ତା ନୁନିଆଁମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରବିବାର ସକାଳୁ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଛି । ଉପଖଣ୍ଡର ସବୁଠାରୁ ବଡ ଶୀତଳ ଭଣ୍ଡାରରେ ନିଆଁ ଲାଗି ଯିବାରୁ, ଅଞ୍ଚଳର ଚାଷୀଙ୍କ ଗଛିତ ଲଙ୍କା, ଆମ୍ବ ଟାକୁଆ, ମହୁଲ ଆଦି ପୋଡି ନଷ୍ଟ ହୋଇଛି ।