ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ: ମନମୋହନ ସାମଲ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା। ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ କହିଲେ। ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ ରାଜ୍ୟ ବିଜେପିରେ ଚର୍ଚ୍ଚା ଆଲୋଚନା କରାଯିବ। ‘କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀ ଘୋଷଣା ହେବ’।ମନମୋହନ ସାମଲ କହିଛନ୍ତି, ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତି ନେବ । ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ ରାଜ୍ୟ ବିଜେପିରେ ଚର୍ଚ୍ଚା ଆଲୋଚନା କରାଯିବ । କେନ୍ଦ୍ରର ନିଷ୍ପତି ଅନୁସାରେ ପ୍ରାର୍ଥୀ ଘୋଷଣା ହେବ । ସାରା ଦେଶରେ ୩୭ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରେସନୋଟ୍ ପ୍ରକାଶ ପାଇଛି । ଓଡ଼ିଶାରୁ ୪ ଆସନ ଖାଲି ହେଉଛି । କେନ୍ଦ୍ରର ନିଷ୍ପତି ଅନୁସାରେ ପ୍ରାର୍ଥୀ ଘୋଷଣା ହେବ ବୋଲି ମନମୋହନ କହିଛନ୍ତି ।

ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କଲେ ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ । ୬ତାରିଖରେ ନାମାଙ୍କନ ଯାଞ୍ଚ । ମାର୍ଚ୍ଚ ୯ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ନ ୪ ଯାଏଁ ଭୋଟ୍ ଗ୍ରହଣ । ଅପରାହ୍ନ ୫ଟାରେ ହେବ ଭୋଟ୍ ଗଣତି । ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି । ମମତା ମହାନ୍ତ, ମୁନା ଖାଁ, ସୁଜିତ୍ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରୁଛି ।

Leave A Reply

Your email address will not be published.