ଓଡ଼ିଆ ନ୍ୟୁଜ୍: ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ରେ ଯୁବକ ମୃତ।ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଫାୟାରିଂ।ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼।ଛାତିରେ ବାଜିଥିଲା ଗୁଳି, ମୃତ ଘୋଷଣା କଲେ ଡାକ୍ତର।ମୃତ ଯୁବକ ହେଲେ ସୌମ୍ୟରଞ୍ଜନ ଜେନା।ଭଲ କ୍ରିକେଟ ଖେଳନ୍ତି, କାହା ସହ ଶତ୍ରୁତା ନ ଥିଲା କହୁଛନ୍ତି ସାଙ୍ଗ।କିଏ ଓ କାହିଁକି ଗୁଳି କଲା ସ୍ପଷ୍ଟ ହୋଇନି।
ସୂଚନା ଅନୁସାରେ ମଧୁପାଟଣା ଥାନା ଅଧୀନ ନୂଆପଡ଼ା ସାହିର ସୌମ୍ୟରଂଜନ ଜେନା ଆଜି ଅପରାହ୍ଣ ସମୟରେ ପ୍ରେସ୍କ୍ଲବ ନିକଟ ପଡ଼ିଆରେ କ୍ରିକେଟ୍ ଖେଳିବାକୁ ଯାଇଥିଲେ। ସେ ପଡ଼ିଆ ନିକଟରେ ଛିଡ଼ା ହୋଇଥିବା ବେଳେ ଜଣେ ଦୁର୍ବୃତ୍ତ ସେଠାକୁ ପହଞ୍ଚି ଥିଲା। ସୌମ୍ୟରଂଜନ କିଛି ଭାବିବା ପୂର୍ବରୁ ଦୁର୍ବୃତ୍ତଜଣକ ହଠାତ୍ ଗୁଳିମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ତେବେ ଗୁଳିମାଡ଼ର ଶିକାର ହେଲା ପରେ ସୌମ୍ୟରଂଜନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ନିକଟରେ ଥିବା ଦୁଇ ଜଣ ଯୁବକ ସୌମ୍ୟରଂଜନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସୌମ୍ୟରଂଜନ ଗୁରୁତର ଥିବାରୁ ସେ କଟକ ବଡ଼ଡାକ୍ତରଖାନାକୁ ନେବା ପାଇଁ କହିଥିଲେ। ଶେଷରେ ସୌମ୍ୟରଂଜନଙ୍କୁ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।