ନେଦରଲାଣ୍ଡକୁ ୧୯୪ ରନ ଟାର୍ଗେଟ୍ ଦେଲା ଭାରତ

0

ଓଡ଼ିଆ ନ୍ୟୁଜ୍: ଟି-୨୦ ବିଶ୍ଵକପ୍ ୨୦୨୬ର ନିଜର ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡକୁ ଭେଟିଛି ଭାରତ। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଛି।  ଭାରତ ଏବଂ ନେଦରଲାଣ୍ଡ୍‌ସ ମଧ୍ୟରେ ଟି୨୦ ବିଶ୍ବକପ୍‌-୨୦୨୬ର ୩୬ତମ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବୁଧବାର ଦିନ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୯୩ ରନ୍‌ କରିଛି। ଫଳରେ ନେଦରଲାଣ୍ଡ୍‌ସକୁ ବିଜୟ ପାଇଁ ୧୯୪ ରନ୍‌ର ଲକ୍ଷ୍ୟ ମିଳିଛି।

ଭାରତ ପାଇଁ ଶିଭମ ଦୁବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ସେ ୩୧ଟି ବଲ୍‌ ଖେଳି ୪ଟି ଚୌକା ଏବଂ ୬ଟି ଛକା ବଳରେ ୬୬ ରନ୍‌ ସଂଗ୍ରହ କରିଛନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ରୁ ୩୪ ରନ୍‌ ମିଳିଛି। ସୂର୍ଯ୍ୟକୁମାର ୨୮ଟି ବଲ୍‌ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଛନ୍ତି।

Leave A Reply

Your email address will not be published.