ଆଜିଠୁ ମାଟ୍ରିକ୍ ପରୀକ୍ଷା

0

ଓଡ଼ିଆ ନ୍ୟୁଜ୍: ଆଜିଠୁ ମାଟ୍ରିକ୍ ପରୀକ୍ଷ । ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା(ଏସଓଏସ୍) ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଏକ ସମୟରେ ହେବ । ରାଜ୍ୟର ୩ ହଜାର ୮୨ଟି ପରୀକ୍ଷା କେନ୍ଦ୍ରରେ ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପ୍ରଥମ ଦିନରେ ପରୀକ୍ଷା ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଊର୍ଦ୍ଦୁ, ତେଲୁଗୁ) ରହିଛି । ପରୀକ୍ଷାର୍ଥୀମାନଙ୍କୁ ଗେଟ୍ ପାଖରେ ସକାଳ ୭ଟା ୩୦ରେ ଯାଞ୍ଚ୍ କରାଯାଇ ହଲ୍ ଭିତରକୁ ଛଡ଼ାଯିବ । ନୋଡାଲ୍ ସେଣ୍ଟରରେ ଗଚ୍ଛିତ ଥିବା ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବଳୟରେ ସକାଳ ୮ଟା ୩୦ ମିନିଟ୍ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ପରୀକ୍ଷା ନିରୀକ୍ଷକମାନେ ହଲ୍ରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବା ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ଦେଖାଇବେ । ସେହିପରି ହଲ୍ ଭିତରକୁ କୌଣସି ପରୀକ୍ଷା ନିରୀକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ମୋବାଇଲ୍ ସମ୍ପୂର୍ଣ୍ଣ ବାରଣ ରହିଛି ।

Leave A Reply

Your email address will not be published.