ଓଡ଼ିଆ ନ୍ୟୁଜ୍:ଭିଡ଼ ନିୟନ୍ତ୍ରଣ ପାଇଁ NHAIର ପଦକ୍ଷେପ।ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା। ୪ ଲେନ ବିଶିଷ୍ଟ ଏନଏଚ-୧୬କୁ ୬ ଲେନ୍ ବିଶିଷ୍ଟ କରାଯିବ। NHAI ଓଡ଼ିଶା ମୁଖ୍ୟ ବୀରେନ୍ଦ୍ର ସିଂଙ୍କ ସୂଚନା।୨୫ କୋଟି ଟଙ୍କାର ବ୍ୟୟବରାଦ ସହ ଦେଢ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପଳାଶୁଣୀରେ ଆଉ ଗୋଟିଏ ନୂଆ ବ୍ରିଜ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛି ଏନଏଚଏଆଇ ।
ବର୍ତ୍ତମାନ ୪ ଲେନ୍ ଥିବା ଏହି ରାସ୍ତାକୁ ୬ ଲେନ୍ କରିବା ପ୍ରସ୍ତାବ ରହିଛି । ଏହା ଫଳରେ ଯାନବାହନ ଚଳାଚଳ ଅଧିକ ସହଜ ହେବ ଓ ଟ୍ରାଫିକ୍ ଭିଡ ବହୁ ଅଂଶରେ କମିବ ବୋଲି ଏନଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟ ହେବ ବୋଲି ଅଟକଳ କରାଯାଉଛି । ଦେଢ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସାଧାରଣ ଲୋକଙ୍କୁ ଭିଡ଼ ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।