ଓଡ଼ିଆ ନ୍ୟୁଜ୍ : ରାଜକନିକାରେ ସପ୍ତମ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା।ଘଟଣାକୁ ଗୁରୁତର ସହ ନେଇ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ।ଜଣେ ସିନିୟର ଅଫିସରଙ୍କ ତତ୍ତ୍ଵାବଧାନରେ ହେବ ତଦନ୍ତର ଅନୁଧ୍ୟାନ।ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର PP ନିୟୋଜିତ କରାଯିବ। ଖବର ଅନୁଯାୟୀ, ଦିନେ କି ମାସେ ନୁହେଁ ଗତ ୪ ବର୍ଷ ଧରି ଛାତ୍ରୀଙ୍କ ସହ ନିୟମିତ ଦୁଷ୍କର୍ମ କରି ଆସୁଥିଲେ ଅଭିଯୁକ୍ତମାନେ l ଭାଇକୁ ମାରିଦେବାର ଧମକ ଦେଇ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l କେନ୍ଦ୍ରାପଡା ଏସ୍ପି ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଛନ୍ତି l ଯାହାର ନେତୃତ୍ବ ସେ ନିଜେ ନେଉଛନ୍ତି। ଟିମରେ ଅଛନ୍ତି ଜଣେ ମହିଳା ଡିଏସପି ଓ ଜଣେ ଆଡିସନାଲ ଏସପି।
ଅନ୍ୟପକ୍ଷରେ ଛାତ୍ରୀଙ୍କ ପରିବାରକୁ ସୁରକ୍ଷା ଦେବାପାଇଁ ପୋଲିସ ବନ୍ଦୋବସ୍ତ କରିଛି । ପୀଡିତାଙ୍କୁ ତ୍ଵରିତ ଓ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ପୋଲିସ ଉଦ୍ୟମ କରୁଥିବା କହିଛନ୍ତି ଏସ୍ପି । ସେହିପରି ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି କ୍ରାଇମବ୍ରାଞ୍ଚ । ଯେଉଁଥିରେ ନାବାଳିକାଙ୍କ ବୟାନ ରେକର୍ଡ ସହିତ, ଅଡିଓ- ଭିଡ଼ିଓ ବି ରେକର୍ଡ କରିବ CAW I ଫିଜିକାଲ ଟେଷ୍ଟ, ମେଡିକାଲ ଟେଷ୍ଟ ସହ ସାଇଣ୍ଟିଫିକ୍ ତଦନ୍ତ କରାଯିବ ।