ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି।ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା।କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ରେ ସକ୍ରିୟ। ଏହି ୬ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି।୫ ବର୍ଷରେ ୪୮ ମାଓବାଦୀ ନିହତ, ୭୮ ମାଓବାଦୀ ଗିରଫ।୮୨ ମାଓବାଦୀ ଆତ୍ମସମର୍ପଣ କରିଥିବା ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ। ୨୦୨୫ ମସିହାରେ ୨୫ ମାଓ କ୍ୟାଡରଙ୍କୁ ନିପାତ କରାଯାଇଛି: ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ମାଓବାଦୀ ସମସ୍ୟା ଜନିତ ସ୍ଥିତିରେ କ୍ରମାଗତ ଭାବରେ ଉନ୍ନତି ପରିଲକ୍ଷିତ ହୋଇଛି। ସାଂପ୍ରତିକ ସ୍ଥିତିରେ କେନ୍ଦ୍ର ସରକାରଙ୍କ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ଯୋଜନା ଅନୁଯାୟୀ କେବଳ କନ୍ଧମାଳ ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ବର୍ଗରେ ରଖାଯାଇଛି।