ଓଡ଼ିଆ ନ୍ୟୁଜ୍: ଅପମିଶ୍ରିତ ଖାଦ୍ୟ ତାଲିକାରେ ଅଛି ହର୍ଲିକ୍ସ।ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା।କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର। ବୌଦ୍ଧ, ଢେଙ୍କାନାଳରୁ ଅପମିଶ୍ରିତ ହର୍ଲିକ୍ସ ଜବତ ହୋଇଛି।ଜଗତସିଂପୁର ଓ ମୟୂରଭଞ୍ଜରୁ ବି ହର୍ଲିକ୍ସ ଜବତ।ହର୍ଲିକ୍ସ ସହ ଛେନା, ଦହି, କ୍ଷୀରରେ ହେଉଛି ଅପମିଶ୍ରଣ।ଲିଷ୍ଟରେ ବ୍ରେଡ୍, ମସଲା, ଛତୁଆ, ସସ୍, ସୋୟାବିନ। ଘିଅ, ଲହୁଣୀ, ଚିନି, ପାମ୍ପଡ଼, ଚକଲେଟ୍, ମଇଦା ଅପମିଶ୍ରଣ।
ଏହା ସହ ବଜାରରୁ ଆପଣ କିଣୁଥିବା ବ୍ରେଡ, ମସଲା, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ଦହି,ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ, ସୋୟାବୀନ, ଘିଅ, ଲହୁଣୀ, ଚିନି, ପାମ୍ପଡ଼, ଚକଲେଟ, ନୁଡୁଲସ ଅପମିଶ୍ରିତ । ଏମିତିକି ଆପଣ ଖାଉଥିବା ଲୁଣ ବି ବିଷାକ୍ତ । ସର୍ବାଧିକ ଖୋର୍ଦ୍ଦାରେ ଅଧିକାଂଶ ଖାଦ୍ୟ ଦ୍ରବ୍ୟ ଅପମିଶ୍ରିତ ବୋଲି ଜଣାପଡିଛି । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।