କନ୍ଧମାଳରେ ୩୦ନକ୍ସଲ ସକ୍ରିୟ: ସଞ୍ଜୀବ ପଣ୍ଡା

0

ଓଡ଼ିଆ ନ୍ୟୁଜ୍: କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି।ପ୍ରେସ୍‌ମିଟ୍‌ରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା।ରାଇକିଆ, ଦାରିଙ୍ଗବାଡ଼ି, କୋଟପାଡ଼ ଅଞ୍ଚଳରେ ସକ୍ରିୟ।ମାଓ ନେତା ଶୁକ୍ରୁ ଏହାର ନେତୃତ୍ବ ନେଉଛନ୍ତି। ହିଂସାର ପଥ ଛାଡ଼ି ଆତ୍ମସମର୍ପଣ ପାଇଁ ଆହ୍ବାନ କରୁଛୁ। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଗୃହ ମନ୍ତ୍ରୀଙ୍କ ଡେଡ୍‌ଲାଇନ ପାଳନ କରିବୁ।

ଆତ୍ମସମର୍ପଣ କଲେ ସରକାର ସବୁ ସୁବିଧା ଯୋଗାଇ ଦେବେ। ନନ୍ଦାବାଲି ସଂରକ୍ଷିତ ଜଙ୍ଗଲ ଅପରେସନରେ ୨ ମାଓବାଦୀ ମୃତ।ଅପରେସନ୍‌ରେ ଡେପୁଟି କମାଣ୍ଡର ଜାଗେଶ ଓ ପାର୍ଟି ସଦସ୍ୟ ରତ୍ନା ମୃତ।ଜାଗେଶକୁ ଧରାଇ ଦେବାକୁ ୨୨ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା।ରତ୍ନା ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କାର ପୁରସ୍କାର ଥିଲା।ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ବୌଦ୍ଧ ନକ୍ସଲମୁକ୍ତ।

Leave A Reply

Your email address will not be published.