କିନ୍ନରଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଗିରଫ

0

ଓଡ଼ିଆ ନ୍ୟୁଜ୍: ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ।୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିକୁ ଗିରଫ କଲା ପୋଲିସ।ରାମଚଣ୍ଡୀ ଅଂଚଳ ଗହୀର ମଝିରେ ଏକୁଟିଆ ରହୁଥିବା ବେଳେ କାବୁ।ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ।

ସୂଚନାଯୋଗ୍ୟ ଯେ, ମୃତ କିନ୍ନର ହେଲେ କଟକ ଜିଲା ସାଲେପୁର ଅଞ୍ଚଳର ଦିନେଶ ଓରଫ୍‌ ସୋନାକ୍ଷୀ। ସେ ଭୁବନେଶ୍ୱରରେ ଭଡ଼ାଘରେ ରହୁଥିଲେ। ୧ ତାରିଖ ରାତି ପ୍ରାୟ ୮ଟାରେ ସୋନାକ୍ଷୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିଲେ। କିଛି ସମୟ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଅନ୍ୟ ସହଯୋଗୀମାନେ ଦେଖି ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.