ଓଡ଼ିଆ ନ୍ୟୁଜ୍: ମିଳୁନି ପ୍ରଧାନ ଶିକ୍ଷକଙ୍କ ପତ୍ତା। ତିନି ଦିନ ପରେ ବି ମିଳୁନି ପତ୍ତା । ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ରତାଖଣ୍ଡିଗୁଡ଼ା ଗାଁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତ ଗତ ଶନିବାର ଠାରୁ ନିଖୋଜ ଅଛନ୍ତି । ରବିବାର ଝରିଗାଁ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ନିଖୋଜ ଅଲେଖଙ୍କ ଘର ଉମରକୋଟ ସହର ନିକଟସ୍ଥ ବଡ଼ଭରଣ୍ଡି ଗ୍ରାମରେ ।
ତାଙ୍କୁ ଚଳିତ ବର୍ଷ ଦଶମ ପରୀକ୍ଷା ପାଇଁ ଝରିଗାଁ ବ୍ଲକ ଅନ୍ତର୍ଗତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ଦିଆଯାଇଥିଲା । ନିଜ ଦାୟିତ୍ଵ ସାରି ଶନିବାର ମଧ୍ୟାହ୍ନରେ ସ୍କୁଲରୁ ବାହାରିଥିଲେ । କିନ୍ତୁ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଖୋଜୁଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିନି