ଓଡ଼ିଆ ନ୍ୟୁଜ୍: ଜଳୁଛି ସୁପର ମାର୍କେଟ । ଗତକାଲି ରାତିରୁ ନିଆଁ ଲାଗିଛି । ଦୀର୍ଘ ଘଣ୍ଟା ପରେ ମଧ୍ୟ ଆୟତ୍ତ ହୋଇପାରିନି । ଭୁବନେଶ୍ବର ଧଉଳି ନୂଆଗାଁ ମା’ ତାରିଣୀ ବସ୍ତ୍ରାଳୟ ପଛପଟ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ପ୍ଲାଷ୍ଟିକ ସାମଗ୍ରୀ ଓ କପଡ଼ା ଆଇଟମ । ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ରାସ୍ତା ଉପରେ ଥିବା ସୁପର ମାର୍କେଟର ତୃତୀୟ ମହଲାରେ ଲାଗିଥିଲା ନିଆଁ । ହୁତ୍ ହୁତ୍ ହୋଇ ଜଳିଯାଇଥିଲା ଦୋକାନ ଭିତରେ ଥିବା ସାମଗ୍ରୀ । ତୃତୀୟ ମହଲାରେ ଥିବା ଅନେକ ପ୍ଲାଇ,ପ୍ଲାଷ୍ଟିକ ଓ କପଡ଼ା ଯୋଗୁଁ ନିଆଁଟି ଭୟାନକ ରୂପ ନେଇଥିଲା ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ୫ଟି ଅଗ୍ନିଶମ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଦମକଳ ବାହିନୀରୁ ଅତ୍ୟାଧୁନିକ କ୍ରେନ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛି । ନିଆଁର କୋପ ଏତେ ତୀବ୍ର ଥିଲା ଯେ ଆଖପାଖରେ ଥିବା ଦୋକାନ ଓ ମାର୍କେଟ କମ୍ପ୍ଲେକ୍ସକୁ ବ୍ୟାପିବାର ଭୟ ଥିଲା । ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।