ଓଡ଼ିଆ ନ୍ୟୁଜ୍: ଲିଙ୍ଗିପୁର ସୁପର ମାର୍ଟରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସିଲାଣି।ଅପରେସନ୍ ଶେଷ ପର୍ଯ୍ୟାୟରେ କହିଲେ ଅଗ୍ନିଶମ ଡିଜି। ଫାୟାର ଫାଇଟରଙ୍କ ଉଦ୍ୟମ ପାଇଁ ନିଆଁ ଅନ୍ୟ ସ୍ଥାନକୁ ବ୍ୟାପିନି। ଏତେ ସମୟ ଧରି ନିଆଁ ଜଳିଥିବାରୁ ଛାତଟି ଭୁଶୁଡ଼ି ପାରେ। ଏଥିପାଇଁ ଫାୟର ଫାଇଟରଙ୍କୁ ଭିତରକୁ ପଶିବାକୁ ଅନୁମତି ଦେଇନୁ।ବିଲ୍ଡିଂ ସେଫ୍ କି ଅନସେଫ୍ ଇଞ୍ଜିନିୟରମାନେ ଦେଖି ନିଷ୍ପତ୍ତି ନେବେ।
୧୯ ଘଣ୍ଟା ପରେ ନିଆଁ ଆୟତ୍ତ । ଲିଙ୍ଗିପୁର ସୁପର ମାର୍ଟରେ ଅଗ୍ନିକାଣ୍ଡକୁ ଶେଷରେ ଆୟତ୍ତ କଲା ଅଗ୍ନିଶମ ବାହିନୀ । କିନ୍ତୁ ଏବେବି ସମ୍ପୂର୍ଣ୍ଣ ନିଆଁ ଲିଭିଲନଥିବା ସୂଚନା । ଗତକାଲି ରାତି ୧୦ଟାରୁ ନିଆଁ ଲାଗିଛି । ଦୀର୍ଘ ଘଣ୍ଟା ଧରି ନିଆଁ ଲାଗିବାରୁ ପାଖାପାଖି ୫ କୋଟିର ସାମଗ୍ରୀ ଜଳିପୋଡ଼ି ଯାଇଥିବା କହିଛନ୍ତି ସୁପର ମାର୍ଟ ମାଲିକ । ମଲ୍ ରେ ପ୍ଲାଷ୍ଟିକ ଓ ଦାହ୍ୟ ସାମଗ୍ରୀ ଅଧିକ ଥିବାରୁ ନିଆଁ ଦ୍ରୁତଗତିରେ ପ୍ରସାରିତ ହୋଇଥିଲା । ଘଟଣାସ୍ଥଳରେ ଏବେବି ଅଗ୍ନିଶମ ବାହିନୀ ଉପସ୍ଥିତ ରହି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । କେମିତି ଓ କେଉଁ କାରଣରୁ ଏହି ନିଆଁ ବ୍ୟାପିଲା, ସମ୍ପୂର୍ଣ୍ଣ ଘଟଣାକୁ ନେଇ ମଲ୍ ମାଲିକ ସୁବାଷ ଚନ୍ଦ୍ର ଜଗତି ତଥ୍ୟ ଦେଇଛନ୍ତି ।