ଓଡ଼ିଆ ନ୍ୟୁଜ୍: ବର୍ଷକରେ ‘ଆମ ବସ୍’ ନେଇଛି ୭ ଜଣଙ୍କ ଜୀବନ। ରାଜଧାନୀରେ ସର୍ବାଧିକ ୬ ଜଣଙ୍କ ମୁଣ୍ଡ ନେଇଛି ‘ଆମ ବସ୍’।ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଲିଖିତ ଉତ୍ତର। କଟକରେ ‘ଆମ ବସ୍’ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି।
୨୮ ହଜାର ୭ ଶହ ଥର ଯାଞ୍ଚ ହେଲାଣି ଆମ ବସ୍ । ଦୁର୍ଘଟଣା ରୋକିବକୁ ବର୍ଷକ ମଧ୍ୟରେ ୨୮ ହଜାର ୭ଶହ ଥର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି ଆମ ବସ୍ । ମୋ ବସର ସ୍ପିଡ଼ ଲିମିଟକୁ ଫିକ୍ସ କରାଯାଇଛି । ଇଲେକ୍ଟ୍ରିକ ବସ୍ ଗୁଡ଼ିକର ବେଗ ୩୫ କିମି ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡ଼ିଜେଲ ବସର ଚଳିତ ବର୍ଷର ବେଗ ୪୦ ଓ ରାଜପଥରେ ଚାଲୁଥିବା ଆମ ବସ୍ ଗୁଡ଼ିକର ବେଗ ୫୦ କିମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।