ଖଣି ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼

0

ଓଡ଼ିଆ ନ୍ୟୁଜ୍: ଖଣି ଅଧିକାରୀଙ୍କ ଘରୁ ମିଳିଲା ୪ କୋଟି ନଗଦ। ଭୁବନେଶ୍ବରସ୍ଥିତ ତାଙ୍କ ବାସଭବନରୁ ଚଢ଼ାଉ ବେଳେ ମିଳିଛି ଏହି ନଗଦ ଟଙ୍କା । ଏତେ ଟଙ୍କା ଦେଖି ଭିଜିଲାନ୍ସ ଆଖି ଟେରା । ଗତକାଲି ଦେବବ୍ରତ ୩୦ ହଜାର ଟଙ୍କା ଲାଞ୍ଚ ନେବବେଳେ ଧରିଥିଲା ଭିଜିଲାନ୍ସ ।

ତେବେ ଘରେ ଚଢାଉ ବେଳେ ୪ କୋଟି ଟଙ୍କାର ନଗଦ ମିଳିଥିବା ବେଳେ ସେହି ଟଙ୍କାକୁ ଟ୍ରଲି ବ୍ୟାଗ ଓ ଆଲମିରାରେ ରଖିଥିଲେ ଅଧିକାରୀ।ଖଣି ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଢାଉ ବେଳେ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଛି। ସେହିପରି ୧୩୦ ଗ୍ରାମ୍ ସୁନା ଓ ଭୁବନେଶ୍ୱରର ପାହାଳରେ ପ୍ରାୟ ୨୪୦୦ ବର୍ଗଫୁଟରେ ନିର୍ମିତ ଏକ ଦୁଇ ମହଲା କୋଠା ଠାବ ହୋଇଛି।

ସୂଚନା ଥାଉକି, ଭିଜିଲାନ୍ସ ଜାଲରେ ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ୩୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ସେ ଧରାପଡ଼ିଥିବା ସୂଚନା ମିଳିଛି। ଜଣେ କୋଇଲା ଖଣି ବ୍ୟବସାୟୀଙ୍କ ନିକଟରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡି ବସିଲା।

Leave A Reply

Your email address will not be published.