କୁବେର ଖଣି ଅଧିକାରୀ ଗିରଫ

0

ଓଡ଼ିଆ ନ୍ୟୁଜ୍: କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।ଖଣି ଅଧିକାରୀ ଗିରଫ ନେଇ ଭିଜିଲାନ୍ସ ଏସ୍‌ପିଙ୍କ ସୂଚନା।ଏପର୍ଯ୍ୟନ୍ତ ଭିଜିଲାନ୍ସ ରେଡ୍‌ରେ ନଗଦ ଟଙ୍କା ଜବତରେ ସର୍ବାଧିକ।

ଅସତ ଟଙ୍କାରେ ଛିଡା କରିଥିଲେ ଟଙ୍କାର ପାହାଡ । ଆଉ ସେହି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଖଣି ଅଧିକାରୀ ଗିରଫ ନେଇ ଭିଜିଲାନ୍ସ ଏସ୍ପିଙ୍କ ସୂଚନା ଦେଇଛନ୍ତି । ଏସ୍ପି କହିଛନ୍ତି ଏପର୍ଯ୍ୟନ୍ତ ଭିଜିଲାନ୍ସ ରେଡ୍‌ରେ ନଗଦ ଟଙ୍କା ଜବତରେ ସର୍ବାଧିକ । କଟକ ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ, ଘରୁ ୪ କୋଟି ୨୭ ଲକ୍ଷ ୧୮ ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ ଟିମ୍ ।

ଏହା ବ୍ୟତୀତ, ଏପର୍ଯ୍ୟନ୍ତ ଠାବ ହୋଇଥିବା ଅନ୍ୟ ସମ୍ପତ୍ତିଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ପାହାଳରେ ପ୍ରାୟ ୨୪୦୦ ବର୍ଗଫୁଟ କ୍ଷେତ୍ରଫଳ ସହିତ ଏକ ବିଳାସମୟ ଦ୍ୱିମହଲା କୋଠା ଓ ପ୍ରାୟ ୧୩୦ ଗ୍ରାମ ସୁନା। ଖଣି ଅଧିକାରୀଙ୍କର ଅମାପ ସମ୍ପତ୍ତି । ଭିଜିଲାନ୍ସ ଜାଲରେ ପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କା ଜବତ କରାଯାଇଛି ।

Leave A Reply

Your email address will not be published.