ଓଡ଼ିଆ ନ୍ୟୁଜ୍: ଦାରିଙ୍ଗବାଡ଼ି ତରାବାଡ଼ି ଜଙ୍ଗଲରେ ଯୁବକଙ୍କ ମୃତଦେହ ଠାବ।ମୃତଦେହ କୁଖ୍ୟାତ ମାଓବାଦୀ ଅନ୍ବେଷର ହୋଇଥିବା ସନ୍ଦେହ।ମାଓ ସଂଗଠନ KKBNର ଡିଭିଜନାଲ କମିଟି ମେମ୍ବର ଅନ୍ବେଷ। ଅନ୍ବେଷକୁ ଷ୍ଟେଟ୍ କମିଟି ମେମ୍ବର ଶୁକ୍ରୁ ହତ୍ୟା କରିଥିବା ଚର୍ଚ୍ଚା।ଆତ୍ମସମର୍ପଣ କରିବାକୁ ଆସିଥିବା ବେଳେ ହତ୍ୟା କରିଥିବା ଚର୍ଚ୍ଚା।ଆତ୍ମସମର୍ପଣ ଯୋଜନା କରୁଥିବା ମାଓବାଦୀଙ୍କୁ ଭୟଭୀତ କରିବା ପାଇଁ ହତ୍ୟା ଚର୍ଚ୍ଚା।
ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଅନ୍ବେଷ ଏବଂ ତାଙ୍କ ସାଥୀ ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। ହେଲେ ଏବେ ନେତୃତ୍ୱ ନେଉଥିବା ଶୁକ୍ରୁ ଏବଂ ଅନ୍ୟମାନେ ବିରୋଧ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତ ଜାନୁଆରୀ ୨୯ରେ ଶୁକ୍ରୁ ଏବଂ ଅନ୍ୟମାନେ ମାରି ପୋତି ଦେଇଥିଲେ। ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି।