ଓଡ଼ିଆ ନ୍ୟୁଜ୍: ଆଜି ମହାନଦୀ ଟ୍ରିବ୍ୟୁନାଲର ଓଡ଼ିଶା ଗସ୍ତ । ଆଜିଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ । ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ଓ ୧୦ ସଦସ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଟିମ୍ ରେ ମହାନଦୀ ଟ୍ରିବ୍ୟୁନାଲ ଅଧ୍ଯକ୍ଷା ବେଲା ଏମ୍ ତ୍ରିବେଦୀ, ସଦସ୍ୟ ଜଷ୍ଟିସ୍ ଡକ୍ଟର ରବି ରଞ୍ଜନ, ତାଙ୍କ ପତ୍ନୀ ଡକ୍ଟର ସୁନିତା ରାୟ ପ୍ରମୁଖ ଅଛନ୍ତି।
ଏହି ଗସ୍ତ ସମୟରେ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସଂପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦଳର ସଦସ୍ୟ ମାନେ ମହାନଦୀରେ ଜଳ ପ୍ରବାହ ବିଷୟରେ ବିସ୍ତୁୃତ ତଥ୍ୟ ସଂଗ୍ରହ କରିବେ। ପୂର୍ବରୁ ୨୦୨୩ରେ ମଧ୍ୟ ଟ୍ରିବ୍ୟୁନାଲ ଓଡ଼ିଶା ଗସ୍ତରେ ଆସିଥିଲା। ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲା।