ଓଡ଼ିଆ ନ୍ୟୁଜ୍: ତୋଷାଳି ଭବନରେ ନିଆଁ। ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ଲାଗିଛି ନିଆଁ । ତୋଷାଳି ଭବନର ରେକର୍ଡ ରୁମ୍ରେ ନିଆଁ ଲାଗିଥିବା ସୂଚନା । ସର୍ଟ ସର୍କିଟରୁ ନିଆଁ ଲାଗି ଅନେକ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଓ ଖାରବେଳନଗର ଥାନା ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।
ଆଜି ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ଅଗ୍ନିକାଣ୍ଡ ଘଟିଛି । ତୋଷାଳି ଭବନର ରେକର୍ଡ ରୁମ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି । ରେକର୍ଡ ରୁମ୍ରେ ଥିବା ଅନେକ କାଗଜପତ୍ର ନିଆଁରେ ପୋଡ଼ି ଯାଇଥିବା ଜଣାପଡ଼ିଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶନ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ଖବର ପାଇ ଖାରବେଳନଗର ଥାନା ପୋଲିସ ପହଞ୍ଚି ଘଟଣାର ତଦାରଖ କରୁଛି । ଖବର ଲେଖା ହେବା ପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଛି ନା ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।