ଓଡ଼ିଆ ନ୍ୟୁଜ୍: ଜିମ୍ବାୱେ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ। ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଲା ଜିମ୍ବାୱେ।ଟସ୍ ହାରିବା ପରେ ସୂର୍ଯ୍ୟ କହିଲେ ଆମେ ବ୍ୟାଟିଂ ଚାହୁଁଥିଲୁ।ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ। ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅକ୍ଷର ପଟେଲ୍ ସାମିଲ୍।ରିଙ୍କୁ ସିଂଙ୍କ ସ୍ଥାନରେ ଖେଳିବେ ସଞ୍ଜୁ ସାମସନ୍।
ଭାରତୀୟ ଦଳ ଆଜି ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ରିଙ୍କୁ ସିଂଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ଓ୍ଵାଶିଂଟନ ସୁନ୍ଦରଙ୍କୁ ଆଜିର ମ୍ୟାଚରୁ ବାଦ୍ ଦିଆଯାଇ ଉପଅଧିନାୟକ ଅକ୍ଷର ପଟେଲଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ରିଙ୍କୁ ସିଂ ନିଜ ପିତାଙ୍କ ଗୁରୁତର ସ୍ଵାସ୍ଥ୍ୟବସ୍ଥା କାରଣରୁ ଘରକୁ ଫେରିଥିଲେ। ଆଜିର ମ୍ୟାଚରେ ସଞ୍ଜୁ ସାମସନ ଓପନିଂ କରିବା ସହ ଓ୍ଵିକେଟ୍ କିପିଂ ଦାୟିତ୍ଵ ସମ୍ଭାଳିବେ।
ସେମି ଫାଇନାଲ ରେସରେ ଜୀବିତ ରହିବାକୁ ହେଲେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ । ଜିମ୍ବାଓ୍ୱେ ପାଇଁ ମଧ୍ୟ ସମାନ ଭାବେ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଦିଗରେ ଭାରତ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଅନ୍ୟ ଦିଗରେ ଓ୍ୱେଷ୍ଟ୍ ଇଣ୍ଡିଜଠୁ ମାତ୍ ଖାଇଛି ଜିମ୍ବାଓ୍ୱେ । ତେଣୁ ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି ।