ଆତ୍ମସମର୍ପଣ ପରେ ଶୁକ୍ରୁକୁ ସ୍ବାଗତ

0

ଓଡ଼ିଆ ନ୍ୟୁଜ୍: ଫୁଲବାଣୀ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମାଓ ନେତା ଶୁକ୍ର।ଆତ୍ମସମର୍ପଣ ପରେ ଫୁଲ ଓ ଉତ୍ତରୀୟ ଦେଇ ସ୍ବାଗତ। ଶୁକ୍ରୁ ସହ ଆତ୍ମସମର୍ପଣ କରିଥିବା ଅନ୍ୟ ୪ ମାଓବାଦୀଙ୍କୁ ସ୍ବାଗତ।ସ୍ବାଗତ କଲେ ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା।ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସ୍ବାଗତ।

ଶୁକ୍ରୁ ମୁଣ୍ଡ ଉପରେ ଥିଲା ୫୫ ଲକ୍ଷ ଟଙ୍କାର ପୁରସ୍କାର । ମାଲକାନଗିରି ଜିଲ୍ଲା କାଲିମେଳା ଥାନା କୁରୁବ ଗାଁରେ ଶୁକ୍ରୁର ଘର । ୨୦ ବର୍ଷ ଧରି ସେ ମାଓ ସଂଗଠନର ଥିଲା। ୨୫ ବର୍ଷ ବୟସରେ ଘର ଛାଡ଼ି ମାଓ ସଙ୍ଗଠନରେ ଯୋଗ ଦେଇଥିଲା । ଛତିଶଗଡ଼ର କଣ୍ଟା ଏରିଆ କମିଟିରେ ପ୍ରଥମେ ଯୋଗ ଦେଇଥିଲା । ଛତିଶଗଡ଼ ତାଡ଼ମେଟଲାରେ ୭୬ ଯବାନ ସହିଦ ଘଟଣାରେ ସମ୍ପୃକ୍ତ ଥିଲା ଶୁକ୍ରୁ । ରାନୀବଗଲି ସୁରକ୍ଷାକର୍ମୀ କ୍ୟାମ୍ପ ଆକ୍ରମଣରେ ୫୦ ସହିଦ ଘଟଣାରେ ମଧ୍ୟ ସମ୍ପୃକ୍ତ ଥିଲା । ଶୁକ୍ରୁର ସ୍ତ୍ରୀ ରୁକ୍ମଣୀ ମଧ୍ୟ ସଙ୍ଗଠନରେ ACM କ୍ୟାଡ଼ରରେ କାର୍ଯ୍ୟ କରୁଥିଲା ।

ତେବେ ୨୦୨୦ରେ ଶୁକ୍ରୁର ପତ୍ନୀକୁ ପୋଲିସ ଏନକାଉଣ୍ଟର କରିଥିଲା । ଅନ୍ୟପଟେ୧୮ ହାର୍ଡକୋର ମାଓବାଦୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି ଟପ ମାଓବାଦୀ ପାପା ରାଓ । ଛତିଶଗଡ଼ର ଜଗଦଲପୁର ଲାଲବାଗରେ ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମା ଏବଂ ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।

Leave A Reply

Your email address will not be published.