ଓଡ଼ିଆ ନ୍ୟୁଜ୍: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୯୦ ବର୍ଷ।୧୯୩୬ ମସିହାରେ ଭାଷା ଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା।ଓଡ଼ିଆ ବରପୁତ୍ରଙ୍କୁ ମନେ ପକାଉଛନ୍ତି ସମସ୍ତେ।ଉତ୍କଳ ଦିବସ ପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ।ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ। ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି। ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ । ଉତ୍କଳ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର। ରଙ୍ଗୀନ ଓ ଚିକ ମିକ୍ ଆଲୋକ ମାଳାରେ ଝଲସୁଛି ରାଜଧାନୀ। ସଜେଇ ହୋଇଛି ସରକାରୀ ଦପ୍ତର। ବିଧାନସଭା ଠାରୁ ଆରମ୍ଭ କରି ଲୋକ ଭବନ, ଖାରବେଳ ଭବନ, ରାଜୀବ ଭବନ, AG ଅଫିସ , ଜୟଦେବ ଭବନ, ପୋଲିସ ସେବା ଭବନ, BDA ଅଫିସ ସମେତ ବିଭିନ୍ନ ସରକାରୀ ଦପ୍ତର ସଜେଇ ହୋଇଛି। ଉତ୍କଳ ଦିବସ ଓଡିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡିଆ । ଅନେକ ସ୍ଥାନରେ ଉତ୍କଳ ଦିବସ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ରାଜ୍ଯ ସରକାଙ୍କ ପକ୍ଷରୁ ଉତ୍କଳ ଦିବସ ଠାରୁ ଓଡ଼ିଆ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ହୋଇଛି।