ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର’ ପୁରସ୍କାର

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର’ ପୁରସ୍କାର । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ପୋଲିସକୁ ପ୍ରେସିଡେଣ୍ଟ ମର୍ଯ୍ୟାଦା ଜନକ ‘ପୋଲିସ କଲର’ ପ୍ରଦାନକୁ ମଞ୍ଜୁରୀ ଦେଇଛନ୍ତି । ପୋଲିସ କଲର (President’s Colour) ହେଉଛି ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ପୋଲିସ ବାହିନୀକୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ, ଯାହା ସେମାନଙ୍କ ଅସାଧାରଣ ସେବା ଏବଂ ସାହସିକତାକୁ ସୂଚିତ କରେ ।

‘ପ୍ରେସିଡେଣ୍ଟସ୍ କଲର’ ପୁରସ୍କାର ପାଇବା ସଶସ୍ତ୍ର ବାହିନୀ ପାଇଁ ଗର୍ବ ଏବଂ ସମ୍ମାନର ବିଷୟ । ଏହି ପୁରସ୍କାର ମିଳିବା ସେମାନଙ୍କ ପାଇଁ କଠିନ ପରିଶ୍ରମ, ସାହାସିକତା ଓ ସମର୍ପଣର ପ୍ରତୀକ ।ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା, ପରାକାଷ୍ଠାର ନିଦର୍ଶନକୁ ଦେଖି ଏହା ପ୍ରଥମ ଥର ପାଇଁ ଓଡ଼ିଶା ପୋଲିସକୁ ପ୍ରଦାନ କରାଯାଉଛି । ଯାହା ଓଡ଼ିଶା ପୋଲିସ ପ୍ରତିଷ୍ଠାର ୯୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଛି । ଯାହାକୁ ନେଇ ଡିଜିପି ଓ୍ବାଇ.ବି. ଖୁରାନିଆ ସବୁ ସ୍ତରର ସହକର୍ମୀ, ଅଧିକାରୀଙ୍କୁ ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.