‘ଥିଙ୍କ୍‌ ଇଣ୍ଡିଆ ଥିଙ୍କ୍‌ ଓଡ଼ିଶା’ ଥିମ୍‌ରେ ଦୌଡ଼ିବ ଓଡ଼ିଶା ପର୍ଯ୍ୟଟନ: ମୁଖ୍ୟ ଶାସନ ସଚିବ

0

ଓଡ଼ିଆ ନ୍ୟୁଜ୍: ‘ଥିଙ୍କ୍‌ ଇଣ୍ଡିଆ ଥିଙ୍କ୍‌ ଓଡ଼ିଶା’ ଥିମ୍‌ରେ ଦୌଡ଼ିବ ଓଡ଼ିଶା ପର୍ଯ୍ୟଟନ। ପର୍ଯ୍ୟଟନକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ।ସଚିବସ୍ତରୀୟ ବୈଠକରେ ସବୁ ବିଭାଗକୁ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶ।କେଉଁ ବିଭାଗ କ’ଣ ଯୋଗଦାନ କରିପାରିବ ସେ ନେଇ ଆଲୋଚନା କଲେ।ସବୁ ପର୍ଯ୍ୟଟକଙ୍କ ଓଡ଼ିଶା ପ୍ରଥମ ପସନ୍ଦ ହେବା ଦରକାର କହିଲେ।

ପର୍ଯ୍ୟଟନର ବିକାଶ ପାଇଁ ସବୁ ବିଭାଗ ନିଜ ନିଜର ଯୋଗଦାନ ଦେବେ । ଯେପରି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବ ସେ ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ।ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ସବୁ ବିଭାଗକୁ ପର୍ଯ୍ୟଟନକୁ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପର୍ଯ୍ୟଟନ କ୍ଷେତ୍ରରେ କେଉଁ ବିଭାଗ କଣ ଯୋଗ ଦାନ କରିପାରିବ ସେନେଇ ସଚିବ ସ୍ତରୀୟ ବୈଠକର ଆଲୋଚନା କରିଛନ୍ତି ଅନୁ ଗର୍ଗ । ଯେଉଁ ପର୍ଯ୍ୟଟକ ଇଣ୍ଡିଆକୁ ଆସିବାକୁ ନିଷ୍ପତ୍ତି ନେଉଛନ୍ତି ସେମାନେ ଓଡିଶା ଆସିବା ଦରକାର. ଓଡିଶା ପ୍ରଥମ ପସନ୍ଦ ହେବା ଦରକାର । ଏନେଇ ସବୁ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.