ଓଡ଼ିଆ ନ୍ୟୁଜ୍: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି। ଶ୍ରୀ ଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍-୧ ଅନୁମୋଦନ। ପ୍ରକଳ୍ପକୁ ବାସ୍ତବରେ ରୂପାୟନ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ସୂଚନା।ପୁରୀ ଜଙ୍ଗଲ ବିଭାଗର ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଯୋଗାଇ ଦିଆଯିବ।
ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର କିଛି ବର୍ଷ ତଳେ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିଛି ଦିନ ଧରି ଏଠାରେ ନିର୍ମାଣ ହେବା କିମ୍ବା ନହେବା ନେଇ ରାଜନୀତି ଜୋର ଧରିଥିଲା । ଏହାପରେ ରାଜ୍ୟରେ ସରକାର ପରିବର୍ତ୍ତନ ହେଲା, ନୂଆ ସରକାର କ୍ଷମତାକୁ ଆସିଲେ । ନୂଆ ସରକାର ପୁରୀରେ ବିମାନବନ୍ଦର ନିର୍ମାଣ କରିବା ସପକ୍ଷରେ ମଧ୍ୟ କାମ ଆରମ୍ଭ କରିଥିଲେ । ଏହିକ୍ରମରେ କିଛି ଦିନ ତଳେ ମାନେ ୨୦୨୫ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପୁରୀରେ ବିମାନବନ୍ଦର ନିର୍ମାଣ କରିବାକୁ ଗ୍ରୀନ୍ ସିଗ୍ନାଲ ଦେଇଥିଲା । ଯାହାଫଳରେ ବିମାନବନ୍ଦର ନିର୍ମାଣ ପାଇଁ ବାଟ ଫିଟିଥିଲା । ଆଉ ଏବେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ।