ଚଣ୍ଡିଖୋଲରେ ଘୂର୍ଣ୍ଣିଝଡ଼ ସହ ବର୍ଷା

0

ଓଡ଼ିଆ ନ୍ୟୁଜ୍: ଯାଜପୁର ଚଣ୍ଡିଖୋଲରେ ପ୍ରବଳ ଘୂର୍ଣ୍ଣିଝଡ଼ ସହ ବର୍ଷା। ପବନର ବେଗ ଅଧିକ ଥିବାରୁ ରାସ୍ତାରେ ଛୋଟ ଗାଡ଼ି ଅଟକି ରହିଛି। ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ପ୍ରଭାବିତ। ଆଜି ସନ୍ଧ୍ୟାରେ ଚାନ୍ଦବାଲି ବ୍ଲକ ଖଟୁଆପଟଣା ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। କାଳବୈଶାଖୀ ଯୋଗୁ ସ୍ଥାନୀୟ ବାସନ୍ତି ପଡ଼ିଆରେ ଆୟୋଜିତ କୋଣାର୍କ ଗଣନାଟ୍ୟର ବ୍ୟାପକ କ୍ଷୟକ୍ଷତି ହୋଇଛି।କାଳବୈଶାଖୀ ଯୋଗୁ ଯାତ୍ରା ପାର୍ଟୀର ଟେଣ୍ଟ ଭାଙ୍ଗିବା ସହ ପାଲ ଓ ବାଉଁଶ ଭାଙ୍ଗିଯାଇଛି।

ସେହିଭଳି ଯାଜ୍ଞସେନୀ ଗଣନାଟ୍ୟର ଅମରଜିତ ରାଜ ସନ୍ଧ୍ୟାରେ ଫୋନରେ କଥା ହେଉଥିବା ବେଳେ ବିଜୁଳି ଓ ବଜ୍ରପାତ ଯୋଗୁ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚାନ୍ଦବାଲି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ। ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜ କନିକା ଥାନା ଗୁଆଁଳି ଗାଁରେ ଯାତ୍ରା ହେଉ ଥିବା ରାସ୍ତାରେ ଫୋନରେ କଥା ହେଉଥିଲେ। ସେହି ସମୟରେ ବଜ୍ରପାତ ହୋଇଥିଲା।

Leave A Reply

Your email address will not be published.