ଟ୍ବିନ୍‌ ସିଟିରେ କଳାହାଣ୍ଡିଆ ମେଘ

0

ଓଡ଼ିଆ ନ୍ୟୁଜ୍: ଟ୍ବିନ୍‌ ସିଟି ଆକାଶରେ କଳାହାଣ୍ଡିଆ ମେଘ, କିଛି ସ୍ଥାନରେ ସ୍ବଳ୍ପ ବର୍ଷା।ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା।ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅନୁରୂପ ପାଗ ନେଇ ପାଣିପାଗ ବିଭାଗର ସୂଚନା।ଖବର ଅନୁଯାୟୀ, ସକାଳେ ପ୍ରବଳ ତାତି ହେଉଥିଲା। ଆଉ ଠିକ୍ ସାଢ଼େ ଗୋଟାଏ ବେଳକୁ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା। ଧୀରେ ଧୀରେ ଅପରାହ୍ନ ହେବା ସମୟରେ ଝିପ୍ ଝିପ୍ ବର୍ଷା ହୋଇଥିଲା । ଏହାସହ ଘଡ଼ଘଡ଼ି ମଧ୍ୟ ମାରୁଛି ।

ସେହିପରି ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ସୀମାନ୍ତରେ କୁଆ ପଥର ସହ ପ୍ରବଳ ବର୍ଷା। ବର୍ଷା ପ୍ରାୟ ଏକ ଘଣ୍ଟା ଲାଗି ରହିଥିବା ବେଳେ ଭଞ୍ଜନଗର ବ୍ଲକର ଗାଲେରି, ତାରାସିଙ୍ଗି, ହରିଗଡ ଓ ବଦାଙ୍ଗି ଭଳି ଅନେକ ଗାଁ ପ୍ରଭାବିତ ହୋଇଛି। କିଛି ସ୍ଥାନରେ ଗଛ ପତ୍ର ଭାଙ୍ଗିଥିବା ଖବର ମିଳିବା ସହ ଘର ଦ୍ବାର ପ୍ରଭାବିତ ହୋଇଥିବା କୁହାଯାଉଛି। ତେବେ କାଳବୈଶାଖିକୁ ନେଇ ପାଣିପାଗ ବିଭାଗର ପୂର୍ବ ସୂଚନା ଦିଆ ଯାଇଥିବାରୁ କୌଣସି ଧନଜୀବନ ହାନୀ ହୋଇନାହିଁ ।

Leave A Reply

Your email address will not be published.