ଓଡ଼ିଆ ନ୍ୟୁଜ୍: ତାମିଲନାଡୁର ୯ ଜଣ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ। ସତନକୁଲମ୍ ଥାନା ହାଜତରେ ବାପ-ପୁଅ ମୃତ୍ୟୁ ମାମଲାରେ ଦଣ୍ଡାଦେଶ।ଜଣେ ଇନ୍ସପେକ୍ଟର, ୨ ସବ୍-ଇନ୍ସପେକ୍ଟର ଓ ୬ କନଷ୍ଟେବଲଙ୍କୁ ଫାଶି ଦଣ୍ଡ।ଫାଶି ଦଣ୍ଡ ଶୁଣାଇଲେ ମଦୁରାଇ ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟ।୨୦୨୦ରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବାପ-ପୁଅ ଗିରଫ ହୋଇଥିଲେ। ଥାନା ହାଜତରେ ବାପ-ପୁଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁଯାୟୀ, କୋଭିଡ ଲକଡାଉନ୍ ନିୟମ ଉଲ୍ଲଂଘନ କରି ମୋବାଇଲ ଦୋକାନ ଖୋଲିଥିବା ଅଭିଯୋଗରେ ୨୦୨୦ ଜୁନ୍ ୨୦ରେ ପି. ଜୟରାଜ ଓ ତାଙ୍କ ପୁଅ ଜେ. ବେନିକଙ୍କୁ ପୋଲିସ ତାର ହେପାଜତକୁ ନେଇଥିଲା । ପରେ ସଥନକୁଲମ ଥାନାରେ ଅତ୍ୟଧିକ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଉଠିଥିଲା । କୋଭିଲପଟ୍ଟି ସବ୍ -ଜେଲରେ ଦୁହିଁଙ୍କୁ ରଖାଯାଇଥିବା ବେଳେ ଜୁନ୍ ୨୨ ଓ ୨୩ ତାରିଖରେ ଉଭୟ ବାପପୁଅଙ୍କ ମୃତ୍ୟୁ ହୋଇଥିଲା ।
ଏହି ଘଟଣାକୁ ନେଇ ସେତେବେଳେ ତୁମ୍ବିତୋଫାନ ହୋଇଥିଲା । ମାମଲାର ତଦନ୍ତ ଭାର ନେଇଥିଲା ସିବିଆଇ । ଏହି ଘଟଣାରେ ସେତେବେଳେ ୧୦ ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ଜଣେ ଇନ୍ସପେକ୍ଟର, କିଛି ସବ୍ -ଇନ୍ସପେକ୍ଟର, ହାବିଲଦର । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କର କୋଭିଡ କାରଣରୁ ମୃତ୍ୟୁ ହୋଇଯାଇଛି ।