ଗୋ ମାଫିଆଙ୍କ ଘରେ ରେଡ୍‌

0

ଓଡ଼ିଆ ନ୍ୟୁଜ୍: ୮ ଗୋରୁ ମାଫିଆଙ୍କ ଘରେ ପୋଲିସର ଚଢ଼ାଉ।ସନ୍ଥିଆ, ନଙ୍ଗାମହଲା, ଅଲାଲପୁର, ଗୁଜିଦରଡ଼ାରେ ରେଡ୍‌।ଚଢ଼ାଉରେ ୬ ପ୍ଲାଟୁନ୍‌ ଫୋର୍ସ, ୨ ଡିଏସ୍‌ପି, ୧୦ ଇନ୍ସପେକ୍ଟର ସାମିଲ୍‌।ମାଫିଆଙ୍କ ଘରୁ ବନ୍ଧୁକ, ଖଣ୍ଡା ସହ ନଗଦ ୨୦ ଲକ୍ଷ ଟଙ୍କା ଜବତ।

ଖବର ଅନୁଯାୟୀ, ଭଦ୍ରକରେ ଗୋ ତସ୍କରୀଙ୍କ ଘରେ ବଡ଼ ଧରଣର ଚଢ଼ାଉ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ଭଦ୍ରକ ପୋଲିସ ପକ୍ଷରୁ ରେଡ୍ ଚାଲିଛି । ପୁରୁଣା ବଜାର ଓ ଗୁଜି ଦରଡା ଅଞ୍ଚଳରେ ଚଢାଉ କରୁଛି ପୋଲିସ। ବେଆଇନ ଗୋ ଚାଲାଣ ନେଇ ଏହି ଚଢ଼ାଉ କରୁଛି ପୋଲିସ । ତେବେ ଚଢାଉ ବେଳେ ନଗଦ ୨୦ ଲକ୍ଷ ଟଙ୍କା ସହ ସୁନା ଗହଣା , ଭୁଜାଲି , ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି ।

ସେହିପରି ଘର୍ ଭିତରେ ସିକ୍ରେଟ ଚାମ୍ବର ଠାବ ହୋଇଥିବା ବେଳେ ୫ ଗୋ ମାଫିଆଙ୍କୁ ଅଟକ ରଖିଛି ପୋଲିସ। କିଛି ସମୟ ପରେ ସମ୍ପୂର୍ଣ୍ଣ ଜବତ ଟଙ୍କା ଓ ସମ୍ପତ୍ତିର ସୂଚନା ଦେବ ପୋଲିସ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.