ରିମାଣ୍ଡରେ ଯିବ ରାଜା ସାହାଣୀ

0

ଓଡ଼ିଆ ନ୍ୟୁଜ୍: ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ।୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ। କାଲିଠୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବ କର୍ଣ୍ଣାଟକ ପୋଲିସ। ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ୍‌ ମାମଲାରେ କରିବ ପଚରାଉଚରା।

ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକମା ଦେଇ ଖସି ଯାଇଥିଲା ରାଜା ସାହାଣୀ । ଫେରାର୍ ହେବା ପରେ ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ କରିଥିଲା ଡକାୟତି। ଦିନ ପ୍ରାୟ ୨ଟା ସମୟରେ ହୁନସୁର ବସଷ୍ଟାଣ୍ଡ ନିକଟରେ ଥିବା ସ୍କାଏ ଗୋଲଡ୍ ଏବଂ ଡାଇମଣ୍ଡ ଗହଣା ଦୋକାନରୁ ରାଜା ନେତ୍ବତ୍ବରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ଲାଙ୍କ ଫାୟାରିଂ କରି ମାତ୍ର ୬ ମିନିଟରେ ୮କେଜି ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ। ଯାହା ମୂଲ୍ୟ ପ୍ରାୟ କୋଟି କୋଟି ଟଙ୍କା ହେବ। ଏହି ଘଟଣା ପରେ ଓଡ଼ିଶାର ଚୌଦ୍ବାର ଜେଲରୁ ଫେରାର୍ ରାଜା ସାହାଣୀ ପଛରେ ପଡ଼ିଯାଇଥିଲା କର୍ଣ୍ଣାଟକ ପୋଲିସ।

ବିଭିନ୍ନ ରାଜ୍ୟରେ ୨୮ଟିରୁ ଅଧିକ ମାମଲା ସହ ୫ଟି ମର୍ଡ଼ର କେସ୍ ଥିବାରୁ ଓଡ଼ିଶା ସମେତ କର୍ଣ୍ଣାଟକ, ଆନ୍ଧ୍ର ଓ ଉତ୍ତରାଖଣ୍ଡ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ପାଲଟିଥିଲା ରାଜା ସାହାଣୀ। ରାଜା ସାହାଣୀ କ୍ରାଇମ ସିଣ୍ଡିକେଟରେ ପ୍ରାୟ ୨ ହଜାର ଅପରାଧୀ କାମ କରୁଥିବାର ଜଣାପଡ଼ିଛି। ଏମାନେ ଲୁଟ୍, ହତ୍ୟା, ବ୍ୟାଙ୍କ ଡକାୟତି, ଅଳଙ୍କାର ଦୋକାନ ଲୁଟ୍ ଭଳି ବିଭିନ୍ନ ଅପରାଧକୁ ଅଞ୍ଜାମ ଦେଉଥିଲେ। ଖାସ୍ କରି ନିଛାଟିଆ ସ୍ଥାନରେ ଥିବା ବ୍ୟାଙ୍କ କିମ୍ବା ଗହଣା ଦୋକାନକୁ ଟାର୍ଗେଟ୍ କରୁଥିଲା ରାଜା ସାହାଣୀ।

Leave A Reply

Your email address will not be published.