ଓଡ଼ିଆ ନ୍ୟୁଜ୍: ଆଉ ୨୪ ଘଣ୍ଟା ପାଇଁ ରହିବ କାଳବୈଶାଖୀ ପ୍ରଭାବ। ଦିନକ ପରେ ମାଡ଼ି ଆସିବ ତାତି। ବଢ଼ିବ ଦିନ ତାପମାତ୍ରା। ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା। ଏନେଇ ଆଲର୍ଟ କରିସାରିଛି ପାଣିପାଗ ବିଭାଗ। ୧୧ରୁ ଗରମ ଗୁଳୁଗୁଳି ବଢ଼ିବ । ୧୨ ରୁ ୧୪ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତ ହେବ। କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ।
ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆଜି ରାଜ୍ୟରେ କାଳବୈଶାଖୀ ପ୍ରକୋପ ରହିବ । ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ ୧୧ ଜିଲ୍ଲାକୁ ଝଡ଼ବର୍ଷାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପୂର୍ବ ଦିଗରୁ ପବନ ବହୁଥିବା ବେଳେ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଛି । ବାୟୁମଣ୍ଡଳ ଉପରି ଭାଗରେ ମଧ୍ୟ ଶୁଖିଲା ପବନ ବହୁଛି । ଯାହା ଫଳରେ ଆଜି କାଳବୈଶାଖୀ ପ୍ରଭାବ ରହିବ। କିନ୍ତୁ ଆଜିଠୁ ବର୍ଷା କମିବ ।